
ମୁମ୍ବାଇ: ଦିନେଶ ବିଜନଙ୍କ ପ୍ରଯୋଜିତ ‘ସ୍ତ୍ରୀ’ ରିଲିଜ୍ ଅପେକ୍ଷାରେ ରହିଛି। ଏହା ହେଉଛି ଏକ ହରର୍ -କମେଡି। ଏହାର କାହାଣୀ ଲେଖିଛନ୍ତି ସିଦ୍ଧାର୍ଥ-ଗାରିମା,ରାଜ ନିଦି ମୋରୁ ଓ କ୍ରିଷ୍ଣା ଡି.କେ। ଅମର କୌଶିକ୍ ଏହାର ନିର୍ଦ୍ଦେଶକ। ସଚିନ-ଜିଗର୍ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ପ୍ରଥମଥର ପାଇଁ ରାଜ କୁମାର ରାଓଙ୍କୁ ଏହି ସିନେମାଲାଗି କୋଡ଼ିଏ ଦିନ ଧରି ଟେଲରିଂ ଶିଖବାକୁ ପଡ଼ିଛି। ହଁ ଅଭିନେତା ରାଜ କୁମାର ରାଓ ‘ସ୍ତ୍ରୀ’ ସିନେମାରେ ଜଣେ ଟେଲର ଭୂମିକା ନିଭାଉଥିବା ଜଣାଯାଇଛି। ଏଥିଲାଗି ସେହି ଭୂମିକାରେ ଅଭିନୟ କରିବା ପୂର୍ବରୁ ପ୍ରାୟ ୨୦ ଦିନ ଧରି ଟେଲରିଂ ଶିଖିଥିଲେ ରାଜ କୁମାର। ରାଜ କୁମାରଙ୍କ ଘରକୁ ଆସି ତାଙ୍କୁ ଜଣେ ଟେଲର ମାଷ୍ଟର ସିଲେଇ ଶିଖାଉଥିଲେ।
ରାଜ କୁମାର ବି ୨୦ ଦିନ ଭିତରେ ଖୁବ୍ ଭଲ ଭାବେ ସିଲେଇ ଶିଖିଗଲେ। ଏବେ ସେ ନିଜର କିଛି ଆବଶ୍ୟକୀୟ କପଡ଼ା ବି ସିଲେଇ କରିପାରୁଛନ୍ତି ବୋଲି କହିଛନ୍ତି ରାଜ କୁମାର ରାଓ । ସିଲେଇ ଶିଖିବାପାଇଁ ତାଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ଟେଲିରିଂ ମେସିନ୍ ଯୋଗାଇ ଦିଆଯାଇଥିଲା। ଏହି ସିନେମାରେ ନାୟିକା ଭୂମିକାରେ ଶ୍ରଦ୍ଧା କପୁରଙ୍କ ଦେଖିବାକୁ ମିଳିବ।
from ମନୋରଞ୍ଜନ – Sambad https://ift.tt/2Luj4ak