ମୋରାଦାବାଦ: ତନ୍ତ୍ର ପୂଜା ଆଳରେ ଜଣେ ଆତ୍ମଘୋଷିତ ଭଣ୍ଡ ବାବା ବା ତାନ୍ତ୍ରିକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ଏହି ଘଟଣାରେ ଦ୍ୱିତୀୟ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୋରିଦାବାଦ ପୁଲିସ ଉତ୍ତରାଖଣ୍ଡର ଏହି ଆତ୍ମଘୋଷିତ ଭଣ୍ଢବାବାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛିି।
ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କ ଦେହ ଖରାପ ରହୁଥିବାରୁ ଗୁଣିଗାରେଡିରେ ସେ ଭଲ ହୋଇଯିବ ବୋଲିି ଜଣେ ପଡୋଶୀ କହିଥିଲେ। ପଡୋଶୀଙ୍କ ପରାମର୍ଶ କ୍ରମେ ସେମାନେ ଏହି ଭଣ୍ଡବାବାଙ୍କୁ ତନ୍ତ୍ରପୂଜା ପାଇଁ ଘରକୁ ଡାକିଥିଲେ। ତାନ୍ତ୍ରିକ ଜଣକ ଘର ଭିତରେ ହୋମ ଯଜ୍ଞ କରିବା ପରେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କୁ ଅନ୍ୟ ଏକ ପୂଜାର ବିଧାନ ବାହାନାରେ ଶ୍ମଶାନକୁ ପଠାଇ ଦେଇଥିଲେ। ଏହି ସସୟରେ ଘର ଭିତରେ ଥିବା ମହିଳାଙ୍କ କିଛି ନିଶାଦ୍ରବ୍ୟ ଦ୍ୱାରା ଚେତାଶୂନ୍ୟ କରି ଭଣ୍ଡ ତାନ୍ତ୍ରିକ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଏହି ଘଟଣା ପରେ ପାଖ ଘରେ ନିଜ ପିଲାମାନଙ୍କ ସହିତ ଶୋଇଥିବା ଅନ୍ୟଜଣେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ କରିବା ପାଇଁ ଭଣ୍ଡ ତାନ୍ତ୍ରୀକ ତାଙ୍କ ଶୋଇବା ଘରେ ପଅବେଶ କରିଥିଲେ। ଘରେ ପଶି କବାଟ ବନ୍ଦ କରି ଭଣ୍ଡ ତାନ୍ତ୍ରିକ ନିଜ ପ୍ୟାଣ୍ଟ ଖୋଲିବା ଦେଖି ମହିଳା ଜଣକ ତାଙ୍କୁ ଧକ୍କା ଦେଇ ବାହାରକୁ ଚାଲି ଯାଇ ଏ ସମ୍ପର୍କରେ ପାଟି କରିଥଲେ।ପରେ ପଡୋଶୀମାନେ ଆସିଯିବାରୁ ସେମାନେ ପୁଲିସକୁ ଏ ଖବର ଦେଇଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଭଣ୍ଡ ତାନ୍ତ୍ରିକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।
from ଅପରାଧ – Sambad https://ift.tt/2v56fbe