ଭତ୍ତା ପାଇଁ ମା’କୁ ହତ୍ୟା

zisanmohammad
0
ଭତ୍ତା ପାଇଁ ମା’କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନରେ ଘଟିଛି ଅଭାବନୀୟ କାଣ୍ଡ। ସରକାରଙ୍କ ଠାରୁ ପାଇଥିବା ଭତ୍ତା ଟଙ୍କା ମଦ ପିଇବା ପାଇଁ ଦେଲାନାହିଁ ବୋଲି ମା’କୁ ପିଟି ପିଟି ପୁଅ ମାରି ଦେଇଛି। ମୃତଦେହକୁ ଦାହ କଲାବେଳେ ଗାଁ ମଶାଣୀରୁ ଶବକୁ ଜବତ କରିଛି ପୁଲିସ। ଅଭିଯୁକ୍ତ ପୁଅ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସୂଚନା ମୁତାବକ ଜରପଡ଼ା ଥାନା ଅଧୀନ ଉଗି ଗ୍ରାମର ମାଳିସାହି(ବେହେରାସାହି)ରେ ଏହି ଅଘଟଣ ଘଟିଛି। ଅଭିଯୁକ୍ତ ପୁଅ ହେଉଛି ରଞ୍ଜନ ମାହାର। ତାଙ୍କ ମା’ ସୁରେଖା ମାହାର (୭୦) ସରକାରଙ୍କ ଠାରୁ ବାର୍ଧକ୍ୟ ଭତ୍ତା ପାଉଥିଲେ। ଏହି ଭତ୍ତା ଟଙ୍କା ଉପରେ ପୁଅ ରଞ୍ଜନର ଆଖି ପଡ଼ିଥିଲା। ମଦ୍ୟପାନ କରିବା ପାଇଁ ସେ ତାଙ୍କୁ ଟଙ୍କା ମାଗିଥିଲା। ହେଲେ ବେକାରରେ ଖର୍ଚ କରିବାକୁ ମା’ ଏହି ଅର୍ଥ ତାକୁ ଦେଇନଥିଲେ। ଏଥିରେ କ୍ଷୁବ୍ଧ ହୋଇ ଆଜି ସନ୍ଧ୍ୟାରେ ସେ ମାଙ୍କୁ ମାଡ଼ ମାରିଥିଲା। ଜୀବନ ବିକଳରେ ବୃଦ୍ଧା ହଲ୍ଲା ପକାଉଥିଲେ ମଧ୍ୟ ପ୍ରଚଣ୍ଡ ରାଗରେ ଥିବା ରଞ୍ଜନ ପାଖକୁ କେହି ଯିବା ପାଇଁ ସାହସ କରିନଥିଲେ। ପ୍ରାୟ ୧୫ ମିନିଟ ଏଭଳି ପିଟିବା ପରେ ରଞ୍ଜନଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିଲା। ଶେଷରେ ଅନନ୍ୟୋପାୟ ହୋଇ ଏହାକୁ ପୋଡ଼ିବାକୁ ନେଇ ଯାଇଥିଲା। କିନ୍ତୁ ସେତେବେଳକୁ ପୁଲିସ ପାଖରେ ଖବର ପହଞ୍ଚି ସାରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ଦେଖି ରଞ୍ଜନ ମଶାଣିରୁ ଫେରାର ହୋଇ ଯାଇଥିଲା। ପୁଲିସ ଜବତ କରିଥିଲା। ଏହାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରାତି ସୁଦ୍ଧା ରଞ୍ଜନର ବନ୍ଧୁବାନ୍ଧବଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଜରପଡ଼ା ପୁଲିସ ଚଢ଼ଉ ଜାରି ରଖିଥିଲେ ମଧ୍ୟ ରଞ୍ଜନ ପତ୍ତା ମିଳି ନଥିବା ଜଣାପଡ଼ିଛି।



from ଅପରାଧ – Sambad https://ift.tt/2t1ZV3x

Post a Comment

0Comments
Post a Comment (0)