ଏଣିକି ଜିଓର ବ୍ୟବହାରକାରୀଙ୍କୁ ପ୍ରତିଦିନ ଏପରି ମିଳିବ ୧.୫ ଜିବିର ମାଗଣା ଡାଟା

zisanmohammad
0
ଏଣିକି ଜିଓର ବ୍ୟବହାରକାରୀଙ୍କୁ ପ୍ରତିଦିନ ଏପରି ମିଳିବ ୧.୫ ଜିବିର ମାଗଣା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି। ଟେଲିକମ୍‌ ସେକ୍ଟରରେ ଏବେ ରିଲାଏନ୍ସ ଜିଓକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଟେଲିକମ୍‌ ସେକ୍ଟରରେ ଏହି ପ୍ରତିଯୋଗିତା ହେତୁ ଗ୍ରାହକଙ୍କୁ ବି ଫାଇଦା ମିଳିବାରେ ଲାଗିଛି। ରିଲାଏନ୍ସ ଜିଓର ଏହି ନୂତନ ଅଫର ଏୟାରଟେଲର ୧୪୮ଟଙ୍କାର ପ୍ଲାନ୍‌କୁ ଟକ୍କର ଦେବ ବୋଲି କୁହାଯାଇଛି।

ରିଲାଏନ୍ସ ଜିଓର ଗ୍ରାହକମାନେ ଏବେ ୧.୫ ଅତିରିକ୍ତ ଡାଟା ମାଗଣାରେ ପାଇ ପାରିବେ। ଅର୍ଥାତ୍‌ ଜିଓ ବ୍ୟବହାରକାରୀ ଯଦି ପ୍ରତିଦିନ ୧.୫ ଡାଟା ପାଉଥିଲେ। ତେବେ ଏହି ଡାଟା ସହିତ ଅତିରିକ୍ତ ୧.୫ଡାଟା ବି ଏବେ ପାଇବେ। କହିବାକୁ ଗଲେ ଏବେ ରିଲାଏନ୍ସ ଜିଓର ଗ୍ରାହକ ମୋଟ ୩ଜିବି ଡାଟାର ଫାଇଦା ଉଠାଇ ପାରିବେ।

ରିଲାଏନ୍ସ ଜିଓର ଅପଡେଟେଡ୍‌ ପ୍ଲାନ୍‌

ଜିଓର ୧୪୯, ୩୪୯,୩୯୯ ଓ ୪୪୯ ଟଙ୍କାର ପ୍ଲାନ୍‌ ଏବେ ୧.୫ଜିବିର ପ୍ରତିଦିନ ଡାଟା ବଦଳରେ ୩ଜିବି ଡାଟା ମିିଳିବ। ସେହିପରି ୧୯୮, ୩୯୮,୪୪୮ ଓ ୪୯୮ ଟଙ୍କାର ପ୍ଲାନ୍‌ରେ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। କିନ୍ତୁ ନୂଆ ଅଫର ଜରିଆରେ ୧.୫ ଜିବି ଅତିରିକ୍ତ ଡାଟାର ଗ୍ରାହକ ଲାଭ ଉଠାଇ ପାରିବେ। ଏଭଳି ଭାବେ ଗ୍ରାହକଙ୍କୁ ୩.୫ଜିବି ଡାଟା ମିଳିବ। ଏତଦ୍‌ ବ୍ୟତୀତ ୨୯୯ ଟଙ୍କାର ପ୍ଲାନ୍‌ରେ ୪.୫ଜିବି, ୫୦୯ଟଙ୍କାର ପ୍ଲାନ୍‌ରେ ୫.୫ଜିବି ଓ ୭୯୯ଟଙ୍କାର ପ୍ଲାନ୍‌ରେ ୬.୫ଜିବି ଡାଟା ପ୍ରତିଦିନ ମିଳିବ।



from ବାଣିଜ୍ୟ – Sambad https://ift.tt/2JHFAHV

Post a Comment

0Comments
Post a Comment (0)