ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ

zisanmohammad
0
ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ

ଭୁବନେଶ୍ୱର : ଅନୁ ଚୌଧୁରୀ ଓଲିଉଡର ଜଣେ ଲୋକପ୍ରିୟ ନାୟିକା। ସେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ। ହେଲେ ନାୟିକା ରୂପେ ତାଙ୍କର ପ୍ରଥମ ସିନେମା ଥିଲା ସନକ ଦେବତାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦେଶିତ ସୁପରହିଟ୍‌ ‘ମା’ ଗୋଜବାୟାଣୀ’। ଇତି ମଧ୍ୟରେ ସେ ଓଲିଉଡରେ ପ୍ରାୟ ୨୧ ବର୍ଷ ବିତାଇ ସାରିଲେଣି। ତାଙ୍କର ପ୍ରଥମ ନାୟକ ଥିଲେ ମନୋଜ ପଣ୍ଡା। ଏହାପରେ ତାଙ୍କର ପ୍ରେମିକ ଭାବେ ପରଦାରେ ନଜର ଆସିଛନ୍ତି ସିଦ୍ଧାନ୍ତ, ଶ୍ରୀତମ, ଅନୁଭବ, ଦୀପକ, ଅରିନ୍ଦମ୍‌ ଏବଂ ସୁନୀଲ୍‌ କୁମାର ପ୍ରମୁଖ ନାୟକମାନେ।

ହେଲେ ଏବେ ଏଭଳି ଏକ ସିନେମା ଆସିଥିଲା , ଯେଉଁଥିରେ ଅନୁଙ୍କର ପ୍ରେମିକ ଭାବେ କୌଣସି କଳାକାରଙ୍କୁ ଦେଖିବାକୁ ପାଇ ନଥିଲେ ଦର୍ଶକ। ଏହି ଫିଲ୍ମରେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ଓ ଦମଦାର୍‌ ରୋଲ୍‌ ଅବଶ୍ୟ ଥିଲା । ଏହି ସିନେମାରେ ନାୟକର ପ୍ରେମିକା ଭୂମିକାରେ ଥିଲେ ଅନ୍ୟ ଜଣେ ଅଭିନେତ୍ରୀ। ଏବେ ଆପଣମାନଙ୍କୁ ଆଉ ବେଶୀ ଅଥୟ ନ କରି ସୂଚିତ କରୁଛୁୁ ଯେ ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି, ତାହା ହେଲା ‘ହେ ପ୍ରଭୁ ଦେଖା ଦେ’। ଏହି ସିନେମାରେ ଅନୁ ଜଣେ ଚୋରଣୀ ଭୂମିକାରେ ନଜର ଆସିଥିଲେ। ଏଥିରେ ହରିହର ,ମିହିର ଦାସ ଏବଂ ପ୍ରଜ୍ଞାଙ୍କୁ ବି ଦେଖିବାକୁ ମିଳିଥିଲା ‘ହେ ପ୍ରଭୁ ଦେଖା ଦେ’ରେ।
•



from ମନୋରଞ୍ଜନ – Sambad https://ift.tt/2J9SuRY

Post a Comment

0Comments
Post a Comment (0)