ଦିଲ୍ଲୀ ସରକାରୀ ସ୍କୁଲର ବିଜ୍ଞାନ ବିଭାଗ ଟପ୍ପର ହେଲେ ଡିଟିସି ବସ୍‌ ଚାଳକଙ୍କ ପୁଅ ପ୍ରିନ୍ସ

zisanmohammad
0
ଦିଲ୍ଲୀ ସରକାରୀ ସ୍କୁଲର ବିଜ୍ଞାନ ବିଭାଗ ଟପ୍ପର ହେଲେ ଡିଟିସି ବସ୍‌ ଚାଳକଙ୍କ ପୁଅ ପ୍ରିନ୍ସ

ନୂଆଦିଲ୍ଲୀ: ମଇ ୨୬ ତାରିଖରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ଦିଲ୍ଲୀର ଡିଟିସି ବସ୍‌ ଚାଳକଙ୍କ ପୁଅ ପ୍ରଥମ ସ୍ଥାନ ଅଧିକ କରିଛନ୍ତି। ପ୍ରିନ୍ସ ଦିଲ୍ଲୀ ସରକାରୀ ସ୍କୁଲର ବିଜ୍ଞାନ ବିଭାଗରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପ୍ରିନ୍ସଙ୍କୁ ଧନ୍ୟବାଦ ଜଣାଇବା ସହିତ ଟୁଇଟ କରି ଲେଖିଛନ୍ତି, ‘ଏହା ବହୁତ ଗର୍ବର ବିଷୟ, ଦିଲ୍ଲୀ ସରକାରୀ ସ୍କୁଲର ସାଇନ୍ସ ଷ୍ଟ୍ରିମ୍‌ର ଟପ୍ପର ପ୍ରିନ୍ସ କୁମାରଙ୍କୁ ଅନେକ ଶୁଭେଚ୍ଛା।’

ପ୍ରିନ୍ସ ବୋର୍ଡରେ ସର୍ବମୋଟ ୯୭ ପ୍ରତିଶତ ନମ୍ବର ଅର୍ଥାତ୍‌ ୫୦୦ରୁ ୪୮୫ ନମ୍ବର ରଖିଛନ୍ତି । ତାଙ୍କୁ ଗଣିତରେ ୧୦୦, ଅର୍ଥନୀତିରେ ୯୯ ଓ କେମେଷ୍ଟ୍ରିରେ ୯୮ ନମ୍ବର ମିଳିଛି।

ସେହିପରି ଏକ ଘରୋଇ କମ୍ପାନିରେ କାମ କରୁଥିବା ବ୍ୟକ୍ତିଙ୍କ ଝିଅ ପ୍ରାଚୀ ପ୍ରକାଶ, କମର୍ସ ଷ୍ଟ୍ରିମରେ ପ୍ରଥମସ୍ଥାନ ହାସଲ କରିଛନ୍ତି। ପ୍ରାଚୀ ୯୬.୨ ପ୍ରତିଶତ ନମ୍ବର ରଖିଛନ୍ତି। ସେ ଇକୋନୋମିକ୍ସରେ ୧୦୦ ଓ ଗଣିତରେ ୯୯ନମ୍ବର ହାସଲ କରିଛନ୍ତି। ସେହିପରି ଆଟସ୍‌ରେ ୯୫.୬ ନମ୍ବର ରଖି ଚିତ୍ରା କୌଶିକ୍‌ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚିତ୍ରା ଜଣେ ପୁଲିସକର୍ମଚାରୀଙ୍କ ଝିଅ। ମନୀଷ ସିସୋଦିୟା ଟୁଇଟର କରି ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 



from Leading – Sambad https://ift.tt/2GUvXmH

Post a Comment

0Comments
Post a Comment (0)