ଜମ୍ମୁ ଓ କଶ୍ମୀର ସେନା କ୍ୟାମ୍ପ୍‌ ଆକ୍ରମଣ: ନାଗରିକ ଓ ସୈନିକ ନିହତ

zisanmohammad
0
ଜମ୍ମୁ ଓ କଶ୍ମୀର ସେନା କ୍ୟାମ୍ପ୍‌ ଆକ୍ରମଣ: ନାଗରିକ ଓ ସୈନିକ ନିହତ

ଶ୍ରୀନଗର: ରବିବାର ବିଳମ୍ବିତ ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ କାକପୋରାରେ ଥିବା ସେନାବହିନୀର ୫୦ ରାଷ୍ଟ୍ରୀୟ ରାଇଫଲ୍‌ସ୍‌ କ୍ୟାମ୍ପ୍‌ରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଜଣେ ସାଧାରଣ ନାଗରିକ ଓ ଜଣେ ସୈନିକଙ୍କର ଦେହାନ୍ତ ହୋଇଛି।

ପୁଲିସ କହିଛି, ବିଲାଲ୍‌ ଅହମଦ୍‌ ଗନିଆ ନାମକ ଜଣେ ସୁମୋ ଡ୍ରାଇଭର୍‌ ଗୁଳିବିନିମୟ ସମୟରେ ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଆତଙ୍କବାଦୀମାନେ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିବାରୁ ସୈନିକମାନେ ପାଲଟା ଗୁଳି ଚାଳନା କରିଥିଲେ।

ଗୁଳି ବିନିମୟ କାରଣରୁ ଜଣେ ଯବାନ୍‌ ମଧ୍ୟ ସହିଦ ହୋଇଛନ୍ତି ବୋଲି ପୁଲଓ୍ଵାମା ଏସ୍‌ଏସ୍‌ପି ମହମ୍ମଦ୍‌ ଅସ୍‌ଲାମ୍‌ ଚୌଧୁରୀ କହିଛନ୍ତି। ପରେ ପରେ ଆତଙ୍କବାଦୀମାନେ ଗୁଳି ବିନିମୟ ସ୍ଥଳରୁ ଖସି ପଳାଇଥିଲେ।

ମୁସଲମାନଙ୍କ ପବିତ୍ର ରମଜାନ୍‌ ମାସ ଅବସରରେ ସରକାର ଏକତରଫା ଭାବେ ଅସ୍ତ୍ରବିରତି ଘୋଷଣା କରିବା ପରେ ଏହା ହେଉଛି କଶ୍ମୀରସ୍ଥିତ ସେନା ଉପରେ ପ୍ରଥମ ପ୍ରମୁଖ ଆକ୍ରମଣ।

ପାଲଟା ଗୁଳି ଚାଳନା ଚାଲିଛି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

ସେ କହିଛନ୍ତି: ଆତଙ୍କବାଦୀମାନେ କୋକପୋରା ସେନା କ୍ୟାମ୍ପ୍‌ରେ ଭୀରୁ ଏବଂ ଉତ୍ତ୍ୟକ୍ତ କରିବା ଭଳି ଆତଙ୍କ ସୃଷ୍ଟି କରିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2Jcj7W4

Post a Comment

0Comments
Post a Comment (0)