୪୦ ହଜାର ଟଙ୍କା ନେଇ ଲୁଟେରା ବର୍ଷେ ପରେ ଗିରଫ

zisanmohammad
0
୪୦ ହଜାର ଟଙ୍କା ନେଇ ଲୁଟେରା ବର୍ଷେ ପରେ ଗିରଫ

ଚନ୍ଦ୍ରଶେଖରପୁର: ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରୁ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର୍‌ ହୋଇଯାଇଥିବା ଜଣେ ଲୁଟେରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇ କୋର୍ଟଚାଲାଣ ହୋଇଛି। ସେ ହେଲା, ଅଭିମନ୍ୟୁ ରାଉତ। ଘର କଟକ ଜିଲ୍ଲା ବାଙ୍କୀ ବ୍ଲକରେ। ପୁଲିସ୍‌ ଗତ ରାତିରେ ତାଙ୍କ ଘର ଉପରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ବର୍ଷେ ପୂର୍ବେ କୌଣସି ଏକ କାର୍ଯ୍ୟ ପାଇଁ ହସ୍ପିଟାଲ୍‌ର ୪୦ ହଜାର ଟଙ୍କା ନେଇ ଅଭିମନ୍ୟୁ ଫେରାର୍‌ ହୋଇଯାଇଥିଲା। ଏ ନେଇ ହସ୍ପିଟାଲ୍‌ ମ୍ୟାନେଜର ଚନ୍ଦ୍ରଶେଖରପୁର ଥାନାରେ ଏକ ଏତଲା ଦାୟର କରିଥିଲେ। ଗତକାଲି ତା’ର ଠିକଣା ଜାଣି ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା।



from ଅପରାଧ – Sambad https://ift.tt/2LAyqpW

Post a Comment

0Comments
Post a Comment (0)