ବିହାର ଶରିଫ୍‌ ଷ୍ଟେସନ୍‌ରେ ସ୍ୱପ୍ନ ଦେଖି ଭୂମିକମ୍ପ ବୋଲି ଚିତ୍କାର କଲା ଛାତ୍ର; ଦଳାଚକଟାରେ ୧୦୦ ଆହତ

zisanmohammad
0
ବିହାର ଶରିଫ୍‌ ଷ୍ଟେସନ୍‌ରେ ସ୍ୱପ୍ନ ଦେଖି ଭୂମିକମ୍ପ ବୋଲି ଚିତ୍କାର କଲା ଛାତ୍ର; ଦଳାଚକଟାରେ ୧୦୦ ଆହତ

ନାଳନ୍ଦା: ଭୂମିକମ୍ପ ହେଲା ବୋଲି ଗୋଟାଏ ଗୁଜବ ପ୍ରଚାର ହୋଇଯିବା ଫଳରେ ଶନିବାର ରାତିରେ ଦଳାଚକଟା ହୋଇ ବିହାର ଶରିଫ୍‌ ଷ୍ଟେସନ୍‌ରେ ଅନ୍ୟୂନ ୧୦୦ ଛାତ୍ର ଆହତ।

ରବିବାର ଦିନ ଆଇଟିଆଇ ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ବିହାର ଅନ୍ତର୍ଗତ ବିହାର ଶରିଫ୍‌ ଷ୍ଟେସନ୍‌ରେ ୬୦୦୦ ପ୍ରାର୍ଥୀ ଏକତ୍ର ହୋଇଥିବା ବେଳେ ଘଟଣାଟି ଘଟିଛି।

ସେଠାକାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସମବେତ ପିଲାଙ୍କ ମଧ୍ୟରୁ ଜଣେ କେହି ଭୂମିକମ୍ପ ବିଷୟରେ ସ୍ୱପ୍ନ ଦେଖି ଚିତ୍କାର କରିଥିଲା। ଏଥିରେ ଆତଙ୍କିତ ହୋଇ ଧାଁଦଉଡ଼ ହେବାରୁ ୧୦୦ ଆହତ ହୋଇଛନ୍ତି।

ରିପୋର୍ଟ କହେ, ୫୮ ଜଣ ଛାତ୍ର ସାଙ୍ଘାତିକ ଆହତ ହୋଇଥିବା ଛାତ୍ରଙ୍କୁ ନିକଟବର୍ତ୍ତୀ ସିଭିଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି। ଏଥିଯୋଗୁଁ ହସ୍‌ପିଟାଲ୍‌ର ଏମର୍ଜେନ୍‌ସି ଓ୍ଵାର୍ଡରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ବରିଷ୍ଠ ଡାକ୍ତରମାନଙ୍କ ସହ ୧୦ ଜଣ ପାରାମେଡିକ୍‌ସ୍‌ଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା ଏବଂ ଔଷଧପତ୍ର ଦିଆଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ଖବର ପାଇ ସ୍ଥାନୀୟ ପୁଲିସ ରେଳଷ୍ଟେସନ୍‌ରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।



from Leading – Sambad https://ift.tt/2ktIpkL

Post a Comment

0Comments
Post a Comment (0)