ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

zisanmohammad
0
ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ନିକଟରେ ତାଙ୍କ ପିତା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁପରେ କୌଣସି ବିଜେଡି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନ ଥିବାରୁ ଏହା ଶ୍ରୀ ପଣ୍ଡାଙ୍କୁ ବେଶ୍‌ ବ୍ୟଥିତ କରିଥିଲା। ଦଳ ଭିତରେ ନିଜକୁ ଅଲୋଡ଼ା ଭାବିବା ସହିତ ତାଙ୍କ ଭିତରେ ଥିବା ସମସ୍ତ କ୍ଷୋଭକୁ ଏକ ୩ ପୃଷ୍ଠା ସମ୍ବଳିତ ପତ୍ରରେ ଉଲ୍ଲେଖକରିବା ସହିତ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଉଥିବା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ପରେ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ସେ ଲୋକ ସଭରେ ବାଚସ୍ପତିଙ୍କୁ ସାଂସଦ ପଦରୁ ଇସ୍ତଫା ଦେବା ନେଇ ପତ୍ର ପ୍ରଦାନ କରିବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଦଳବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରି ୨୪ ତାରିଖ ଦିନ ବିଜେଡି ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ।



from ରାଜନୀତି – Sambad https://ift.tt/2sjtNb4

Post a Comment

0Comments
Post a Comment (0)