ପୁରୀ: ଅଟୋ- ବସ ଧକ୍କା, ଜଣେ ମୃତ, ୭ ଆହତ

zisanmohammad
0
ପୁରୀ: ଅଟୋ- ବସ ଧକ୍କା, ଜଣେ ମୃତ, ୭ ଆହତ

ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ବାଟମଙ୍ଗଳା ଛକ ନିକଟରେ ଏକ ଅଟୋ ସହିତ ଏକ ବସର ଧକ୍‌କା ହେବା ଫଳରେ ଅଟୋରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସା ହେଉଥିିବା ବେଳେ ମୃତାହତମାନଙ୍କ ଘର ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରୁ ଶ୍ରୀଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ଏକ ପରିବାର ମାଳତି ପାଟପୁର ଷ୍ଟେସନରେ ନିଜ ଗାଡ଼ି ରଖି ଏକ ଅଟୋରେ ଶ୍ରୀମନ୍ଦିର ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ସାରି ଫେରିବା ବାଟରେ ବାଟମଙ୍ଗଳା ନିକଟରେ ସାମ୍‌ନା ପଟୁ ଆସୁଥିବା ଶ୍ରୀଦୁର୍ଗା ନାମକ ଏକ ଘରୋଇ ବସ ସହିତ ଧକ୍ଖା ହୋଇଥିଲା। ଏଥିରେ ଚନ୍ଦ୍ର କୁମାର ଓରଫ ଚଙ୍ଗୁୁ(୧୨ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ସହିତ ୩ ଜଣ ମହିଳା ଓ ୩ ଜଣ ପୁରୁଷ ପର୍ଯ୍ୟଟକ ଆହତ ହୋଇଛନ୍ତି।



from Leading – Sambad https://ift.tt/2ktgTDX

Post a Comment

0Comments
Post a Comment (0)