ଆନ୍ଧ୍ର ଚାଲାଣ ବେଳେ ଚାଇଲଡ଼ ଲାଇନ ଦ୍ୱାରା ୧୦ ଶିଶୁ ଶ୍ରମିକ ଉଦ୍ଧାର

zisanmohammad
0
ଆନ୍ଧ୍ର ଚାଲାଣ ବେଳେ ଚାଇଲଡ଼ ଲାଇନ ଦ୍ୱାରା ୧୦ ଶିଶୁ ଶ୍ରମିକ ଉଦ୍ଧାର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରୁ ଆନ୍ଧ୍ର ଚାଲାଣ ବେଳେ ୧୦ଜଣ ଶିଶୁ ଶ୍ରମିକଙ୍କୁ ଚାଇଲଡ଼ ଲାଇନ ଉଦ୍ଧାର କରିଛି। କୌଣସି ସୂତ୍ରରୁ ଖବର ପାଇ କାଲିମେଳା ଶିଶୁ ଶ୍ରମିକ ଅଧିକାରୀ କେ. ମିଶାଇଲ ରାଜୁ ଏମାନଙ୍କୁ ଉଦ୍ଧାର କରି ମାଲକାନଗିରି ସ୍ୱଧାର ଗୃହକୁ ପଠାଇଥିଲେ। ଏକ ଘରୋଇ ବସରେ ପଡ଼ିଆ ଥାନା ଅନ୍ତର୍ଗତ ପାମଗେଟା ଗ୍ରାମର ୭ଜଣ ନାବାଳିକା ଓ ଜଣେ ନାବାଳକ ଓ ଦୁଇଜଣ ସାବାଳକ ଥିବାର ଜଣାପଡ଼ିଥିଲା। ଏମାନଙ୍କୁ ସଂଗେଲ ଗ୍ରାମର ଗଂଗା ନାମକ ଜଣେ ଦଲାଲ ଆନ୍ଧ୍ର ପ୍ରଦେଶର କରିମନଗରକୁ ଚାଲାଣ କରୁଥିବା ଜଣାପଡ଼ିଥିଲା। ସାବାଳକ ଥିବା ରମେଶ କବାସୀ ଓ ରମେଶ ମାଡ଼କାମୀଙ୍କୁ ପଚାରିବାରୁ ସେମାନଙ୍କୁ ଉକ୍ତ ଦଲାଲ ଜଣଙ୍କ ମାସକୁ ୬ହଜାର ଟଙ୍କା ଦରମା ଦେବାକୁ କହି କରିମନଗର ନେଇଯାଉଥିଲା। ସେହିପରି ଆଜି ସକାଳେ କାଲିମେଳା ହାଟପଦା ନିକଟରେ ଏକ ଡ୍ରେନ କାମରେ ନିୟୋଜିତ ୪ଜଣ ଶିଶୁ ଶ୍ରମିକଙ୍କୁ ମଧ୍ୟ ଚାଇଲ ଲାଇନ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଝିଅ ଓ ୨ଜଣ ପୁଅ ଥିବା ଜଣାପଡ଼ିଛି। ଜଣେ ଠିକାଦାର ବୁଦୁଗୁଡ଼ା ଗ୍ରାମର ଏହି ୪ଜଣ ଶିଶୁ ଶ୍ରମିକଙ୍କୁ କମ ମଜୁରି ଦେଇ କାମରେ ଲଗାଉଥିବା ଅଭିଯୋଗ ହୋଇଛି।



from ରାଜ୍ୟ – Sambad https://ift.tt/2sjLpn4

Post a Comment

0Comments
Post a Comment (0)