ଆଇପିଏଲ୍‌ ୧୧: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ଚମ୍ପିଅନ୍‌ ହେବା ପରେ କାହାକୁ କେଉଁ ପୁରସ୍କାର ମିଳିଲା ଜାଣନ୍ତୁ

zisanmohammad
0
ଆଇପିଏଲ୍‌ ୧୧: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ଚମ୍ପିଅନ୍‌ ହେବା ପରେ କାହାକୁ କେଉଁ ପୁରସ୍କାର ମିଳିଲା ଜାଣନ୍ତୁ

ମୁମ୍ବାଇ: ଏକାଦଶ ସଂସ୍କରଣର ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗସ୍‌ ୮ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରି ୩ୟ ଥର ଚମ୍ପିଅନ୍‌ ହୋଇପାରିଛି। ଏଥି ବିଜୟ ସହିତ ଚେନ୍ନାଇ ଚମ୍ପିଅନ୍‌ ଟ୍ରଫି ହାତେଇବା ସହିତ ୨୦ କୋଟି ଟଙ୍କା ପୁରସ୍କାର ପାଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଉପବିଜେତା ଭାବେ ୧୨.୫ କୋଟି ଟଙ୍କା ପାଇଛି।

ପରଫେକ୍ଟ କ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ସୁରେଶ ରୈନା, ଷ୍ଟ୍ରାଇକର ଅଫ୍‌ ଦ ମ୍ୟାଚ୍‌ ସେନ୍‌ ଓ୍ଵାଟ୍‌ସନ୍‌, ଷ୍ଟାଇଲିସ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଏନ୍‌ଗିଡି, ଷ୍ଟାର ପ୍ଲସ ଆଓ୍ଵାର୍ଡ ମହେନ୍ଦ୍ର ସିଂହ ଧୋନି, ମ୍ୟାଚ୍‌ ଅଫ୍‌ ଦ ମ୍ୟାଚ୍‌ ସେନ୍‌ ଓ୍ଵାଟ୍‌ସନ୍‌(୫ଲକ୍ଷ ଟଙ୍କା), ଋଷଭ ପନ୍ଥଙ୍କୁ ଆମାଜିଂ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଛି। ଚଳିତ ଆଇପିଏଲ ସଂସ୍କରଣରେ ଋଷଭ ଗୋଟିଏ ମ୍ୟାଚ୍‌ରେ ୧୪ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।

ପରଫେକ୍ଟ କ୍ୟାଚ ଅଫ୍‌ ଦ ସିଜନ ପୁରସ୍କାର ଦିଲ୍ଲୀ ଡେୟାରଡେଭିଲସ୍‌ ଟ୍ରେଣ୍ଟ ବୋଲ୍ଟକୁ ମିଳିଛି। କୋଲକାତା ନାଇଟ୍‌ ରାଇଡର୍ସର ସୁନିଲ ନାରିନ ସୁପର ଷ୍ଟ୍ରାଇକର ପୁରସ୍କାର ସହିତ ମୋଷ୍ଟ ଭ୍ୟାଲେବୁଲ ପ୍ଲେୟାର ପୁରସ୍କାର ମିଳିଛି। ଋଷଭ ପନ୍ଥକୁ ଷ୍ଟାଇଲିସ ପ୍ଲେୟାର ଅଫ୍‌ ଦ ସିଜନ ପୁରସ୍କାର ମିଳିଛି। ପଞ୍ଜାବର ଆଣ୍ଡ୍ରୁ ଟାଏ ସର୍ବାଧିକ ୨୪ଟି ଓ୍ଵିକେଟ ନେଇଥିବାରୁ ୧୦ ଲକ୍ଷ ପୁରସ୍କାର ମିଳିଛି। କେନ୍‌ ଓ୍ଵିଲିୟମସନ୍‌ ସର୍ବାଧିକ ୭୩୫ ରନ୍‌ ସଂଗ୍ରହ କରିଥିବାରୁ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି।



from Leading – Sambad https://ift.tt/2ISB2ht

Post a Comment

0Comments
Post a Comment (0)