୪ ତାଲା ବାଲ୍‌କୋନିରେ ଓହଳି ଥିବା ୪ ବର୍ଷିୟ ପିଲାକୁ ଉଦ୍ଧାର କଲା ସ୍ପାଇଡର୍‌ମ୍ୟାନ୍‌; ଦେଖନ୍ତୁ ଭିଡିଓ

zisanmohammad
0
୪ ତାଲା ବାଲ୍‌କୋନିରେ ଓହଳି ଥିବା ୪ ବର୍ଷିୟ ପିଲାକୁ ଉଦ୍ଧାର କଲା ସ୍ପାଇଡର୍‌ମ୍ୟାନ୍‌; ଦେଖନ୍ତୁ ଭିଡିଓ

ପ୍ୟାରିସ୍‌: ରବିବାର ଦିନ ଗୋଟାଏ ଅଟ୍ଟାଳିକାର ୪ ତାଲା ବାଲ୍‌କୋନିରେ ଓହଳି ରହିଥିବା ଏକ ୪ ବର୍ଷିୟ ପିଲାକୁ ଉଦ୍ଧାର କରିଥିବା ମାଲିର ଜଣେ ଯୁବକଙ୍କର ଜୟଜୟକାର କରାଯାଉଛି। ଏକା ଏକା ସେ ଅଟ୍ଟାଳିକାର ତଳୁ ବାଲ୍‌କୋନି ପରେ ବାଲ୍‌କୋନି ଚଢ଼ି ପିଲାଟିକୁ ନିରାପଦ ସ୍ଥାନକୁ ନେଇ ଯାଇଛନ୍ତି।

ମାମୌଦୌ ଗାସ୍ସାମା ନାମକ ସେ ଯୁବକ ନିଜର ଜୀବନକୁ ବିପନ୍ନ କରି ମାତ୍ର କେଇ ସେକେଣ୍ଡ୍‌ରେ ୪ ତାଲା ବାଲ୍‌କୋନିରେ ପହଞ୍ଚି ପିଲାଟିକୁ ଉଦ୍ଧାର କରୁଥିବାର ଫୁଟେଜ୍‌ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।


ଶନିବାର ଦିନ ଉତ୍ତର ପ୍ୟାରିସ୍‌ରେ ସନ୍ଧ୍ୟା ୮ଟା ବେଳେ ଘଟଣାଟି ଘଟିଛି।

ସେ ଭିଡିଓ ଦେଖିବା ପରେ ଏବେ ୨୨ ବର୍ଷିୟ ମାମୌଦୌ ଗାସ୍ସାମାଙ୍କୁ ଅସଲ୍‌ ସ୍ପାଇଡର୍‌ ମ୍ୟାନ୍‌ ବୋଲି କୁହାଯାଉଛି।

ଚାରି ତାଲାରେ ପହଞ୍ଚି ସେ ବାଲ୍‌କୋନି ଉପରେ ଗୋଟିଏ ଗୋଡ଼ ରଖି ଡାହଣ ହାତ ବଢ଼ାଇ ସେ ପିଲାଟିକୁ ଧରି ଭିତରକୁ ଉଠାଇ ନେଇ ଥିଲେ।
ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ପିଲାଟି ଉଦ୍ଧାର ହୋଇ ସାରିଥିଲା।

ପ୍ୟାରିସ୍‌ ମେୟର୍‌ ଆନି ହିଡାଲଗୋ ଏହି ଯୁବ ପ୍ରବାସବାସୀଙ୍କୁ ତାଙ୍କ ସାହସିକ କାର୍ଯ୍ୟ ପାଇଁ ଫୋନ୍‌ ଯୋଗେ ଧନ୍ୟବାଦ ଜଣାଇଛନ୍ତି।
ସେ କିଛି ଦିନ ହେବ କର୍ମ ଅନେ୍ଵଷଣରେ ପ୍ୟାରିସ୍‌ରେ ପହଞ୍ଚିଥିବା କଥା କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2GVIDKm

Post a Comment

0Comments
Post a Comment (0)