ସଡ଼କ ଦୁର୍ଘଟଣାରେ ନବନିର୍ବାଚିତ କର୍ଣ୍ଣାଟକ କଂଗ୍ରେସ ବିଧାୟକ ସିଦ୍ଦୁ ବି ନିୟାମଗୌଡ଼ା ମୃତ

zisanmohammad
0
ସଡ଼କ ଦୁର୍ଘଟଣାରେ ନବନିର୍ବାଚିତ କର୍ଣ୍ଣାଟକ କଂଗ୍ରେସ ବିଧାୟକ ସିଦ୍ଦୁ ବି ନିୟାମଗୌଡ଼ା ମୃତ

ହୁବାଲି: ରବିବାର ଦିନ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନବନିର୍ବାଚିତ କଂଗ୍ରେସ ବିଧାୟକ ସିଦ୍ଦୁ ବି ନିୟାମଗୌଡ଼ା। ତୁଳସିଗେରି ନିକଟରେ କଂଗ୍ରେସ ବିଧାୟକଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜାମଖଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଗୋଆରୁ ବାଗଲକୋଟ୍‌ ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

ବିଧାୟକଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ଟୁଇଟର୍‌ ଯୋଗେ କର୍ଣ୍ଣାଟକ କଂଗ୍ରେସ ଶୋକ ପ୍ରକାଶ କରିଛି। ଆମର ବରିଷ୍ଠ ନେତା ଓ ଜମନଖଣ୍ଡିର ବିଧାୟକ ଶ୍ରୀ ସିଦ୍ଦୁ ବି ନିୟାମଗୌଡ଼ାଙ୍କ ମୃତ୍ୟୁ ଯୋଗୁଁ ଆମେ ଅତିଶୟ ଦୁଃଖିତ। ଏ ଦାରୁଣ ଦୁଃଖ ସମୟରେ ତାଙ୍କ ପରିବାରକୁ କଂଗ୍ରେସ ପାର୍ଟି ତାଙ୍କ ପରିବାର ପାଖରେ ଉପସ୍ଥିତ ଅଛି।

ଗୋଟାଏ ଲରି ଧକ୍କାରୁ ତ୍ରାହି ପାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ କାର୍‌ ଗୋଟାଏ ରାସ୍ତା ପାଖ ପାରାପେଟ୍‌ ଓ୍ଵାଲ୍‌ରେ ଧକ୍କା ଖାଇଥିଲା।
୭୦ ବର୍ଷ ବୟସ୍କ ବିଧାୟକ ଦିଲ୍ଲୀରେ ଥିଲେ। ସେଠାରୁ ବିମାନରେ ଗୋଆକୁ ଫେରିଥିଲେ। ସେଠାରୁ ନିଜ ନିର୍ବାଚନ ମଣ୍ଡଳୀକୁ କାର ଯୋଗ ଯାଉଥିଲେ। ସାଙ୍ଘାତିକ ଆହତ ହୋଇ ନିୟାମଗୌଡ଼ା ଘଟଣାସ୍ଥଳରେ ହିଁ ମରିଯାଇଥିଲେ।



from ଦେଶ- ବିଦେଶ – Sambad https://ift.tt/2GWdruq

Post a Comment

0Comments
Post a Comment (0)